ଆନନ୍ଦ ଉତ୍ସାହର ସହ ପାଳିତ ହେଲା ଦିବ୍ୟ ଧର୍ମ ଯଜ୍ଞ ଦିବସ

ଆନନ୍ଦ ଉତ୍ସାହର ସହ ପାଳିତ ହେଲା ଦିବ୍ୟ ଧର୍ମ ଯଜ୍ଞ ଦିବସ

News by Smruti Ranjan Tripathy (BBSR)

ଭୁବନେଶ୍ୱର(ଏନ୍‍.ଏମ୍‍.): କବୀର ପନ୍ଥି ସନ୍ଥ ରାମପାଲଜୀ ମହାରାଜାଙ୍କ ନେତୃତ୍ୱରେ ଭାରତର ୯ଟି ଆଶ୍ରମ ତଥା ନେପାଳରେ “ଦିବ୍ୟ ଧର୍ମ ଯଜ୍ଞ ଦିବସ’ ପାଳିତ ହୋଇଯାଇଛି । ପୂର୍ଣ୍ଣ ପରମାତ୍ମା କବୀର ସାହେବଜୀ ୫୦୯ ବର୍ଷ ପୂର୍ବେ ଜଣେ ବୁଣାକାରର ଭୂମିକା କରି ୧୮ ଲକ୍ଷ ସାଧୁ-ସନ୍ଥଙ୍କୁ ଭୋଜନ ଦେଇଥିଲେ । ସମସ୍ତ ଭୋଜନ ସତ୍ୟଲୋକରୁ ଆସିଥିଲା, ତଥା ଭୋଜନ କରିବାକୁ ଆସିଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ଗୋଟିଏ ଦୋହାର (ଦାମୀ କମ୍ବଳ) ଓ ଗୋଟିଏ ମୋହର (ସୁନା ମୁଦ୍ରା) ମଧ୍ୟ ଦିଆଯାଇଥିଲ । ସେହି ଅଲୌକିକ ଭଣ୍ଡାର ତିନିଦିନ ପର୍ଯ୍ୟନ୍ତ ଲଗାତାର ଚାଲିଥିଲା । ସେହି ଉପଲକ୍ଷେ ଭାରତର ବିଭିନ୍ନ ରାଜ୍ୟରେ ଥିବା ସତ୍ୟଲୋକ ଆଶ୍ରମରେ କାର୍ତ୍ତିକ ମାସ ଶୁକ୍ଳପକ୍ଷ ଚତୁର୍ଦ୍ଦଶୀରୁ ମାର୍ଗଶୀର ମାସ କୃଷ୍ଣପକ୍ଷ ପ୍ରତିପଦ ପର୍ଯ୍ୟନ୍ତ ଏକ ତିନି ଦିବସୀୟ କାର୍ଯ୍ୟକ୍ରମର ଅୟୋଜନ କରାଯାଇଥିଲା । ଏହି ଦିବ୍ୟ ଧର୍ମ ଯଜ୍ଞ ଦିବସ ଅବସରରେ ବିଶାଳ ସାମୁହିକ ଭୋଜନର ବ୍ୟବସ୍ଥା ସହିତ ନିଃଶୁଳ୍କ ନାମଦିକ୍ଷା, ରକ୍ତଦାନ ଶିବିର, ଅଖଣ୍ଡ ପାଠ, ଯୌତୁକ ମୁକ୍ତ ବିବାହ ଆଦିର ଆୟୋଜନ କରାଯାଇଥିଲା । ଓଡିଶାରୁ ସନ୍ଥ ରାମପାଲଜୀ ମହାରାଜାଙ୍କର ପ୍ରାୟ ପାଞ୍ଚ ହଜାର ଅନୁଗାମୀ ଏହି ଉତ୍ସବରେ ଯୋଗ ଦେଇଥିଲେ । ଭୁବନେଶ୍ୱର, କଟକ, ସମ୍ବଲପୁର, କଳାହାଣ୍ଡି, ସୁନ୍ଦରଗଡ଼ ସମେତ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ମହିଳା ଓ ପୁରୁଷମାନେ ସପରିବାର ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିବା ପୂର୍ବକ ପ୍ରସାଦ ସେବନ କରିଥିଲେ ।

🤖 AI Quick Summary

Click the button to generate AI summary.

2 thoughts on “ଆନନ୍ଦ ଉତ୍ସାହର ସହ ପାଳିତ ହେଲା ଦିବ୍ୟ ଧର୍ମ ଯଜ୍ଞ ଦିବସ

  1. Great Innovative Steps taken by Saint Rampal Ji Maharaj for the welfare of people. It seems Ram Rajya has been established by him.

Leave a Reply

Your email address will not be published. Required fields are marked *