News by Maheswar Behera (Athagarh)

ଆଠଗଡ଼ ଉପଖଣ୍ଡ ଡାକ୍ତରଖାନାରେ ୫୦ଶଯ୍ୟା ବିଶିଷ୍ଟ କୋଭିଡ କେୟାର ଶିଳାନ୍ୟାସ

News by Maheswar Behera (Athagarh)

ଆଠଗଡ଼(ଏନ୍‌.ଏମ୍‌.): ଆଠଗଡ଼ ଉପଖଣ୍ଡ ଡାକ୍ତରଖାନା ପରିସରରେ ୫୦ ଶଯ୍ୟା ବିଶିଷ୍ଟ କୋଭିଡ କେୟାର କେନ୍ଦ୍ରର ଶିଳାନ୍ୟାସ ହୋଇଯାଇଛି । ଆଠଗଡ଼ ବିଧାୟକ ତଥା ରାଜ୍ୟ କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ୧୨ କୋଟି ୮୬ ଲକ୍ଷ ୨୬ ହଜାର ୩୩୪ ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହେବାକଥିବା ଏହି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ । ଆସନ୍ତା ୨୦୨୪ ଫେବୃଆରୀ ଶେଷ ସୁଦ୍ଧା ଚାରି ମହଲା ବିଶିଷ୍ଠ ଏହି ଅଟ୍ଟାଳିକାର ନିର୍ମାଣ କାର୍ଯ୍ୟ ଶେଷ ହେବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଗ୍ରାଉଣ୍ଡ ଫ୍ଲୋର ୩୯୯୩, ପ୍ରଥମ ମହଲା ୪୫୬୫, ଦ୍ୱିତୀୟ ମହଲା ୪୪୫୦ ଓ ତୃତୀୟ ମହଲା ୪୦୦୦ ଓ ଚତୁର୍ଥ ମହଲା ଗୃହ ୩୬୬୩ ବର୍ଗ ଫୁଟ ଏହିପରି ମୋଟ ୨୦୬୭୪ ବର୍ଗ ଫୁଟର ଅଟ୍ଟାଳିକା ନିର୍ମାଣ ହେବ । ରାଜ୍ୟସରକାର ସ୍ୱାସ୍ଥ୍ୟସେବା ଉପରେ ଯଥେଷ୍ଟ ଗୁରୁତ୍ୱ ଦେଉଛନ୍ତି । ରାଜ୍ୟର କୌଣସି ରୋଗୀଙ୍କୁ ଆଉ ଚିକିତ୍ସା ପାଇଁ ରାଜ୍ୟ ବାହାରକୁ ଯିବାକୁ ପଡ଼ିବ ନେଇ ସେଥି ପାଇଁ ରାଜ୍ୟର ସମସ୍ତ ସରକାରୀ ହସପିଟାଲଗୁଡ଼ିକର ଭିତ୍ତିଭୂମିର ବିକାଶ ସହ ଉନ୍ନତିକରଣ କରାଯାଉଛି । ଫଳରେ ରୋଗୀ ଚିକିତ୍ସାସେବା ପାଇବା ପାଇଁ ସୁବିଧା ହେବ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ ମତପ୍ରକାଶ କରିଥିଲେ । ଏହାପରେ ମନ୍ତ୍ରୀ ହସପିଟାଲ ପରିସରରେ ନବନିର୍ମିତ ଶବ ସଂରଣକ୍ଷଣ ଓ ବ୍ୟବଛେଦ ଗୃହର ଶୁଭ ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ କୃଷି ମନ୍ତ୍ରୀଙ୍କ ସହ ଆଠଗଡ଼ ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ୱାଇଁ, ଆଠଗଡ଼ ଉପଖଣ୍ଡ ହସ୍ପିଟାଲ ଅଧ୍ୟକ୍ଷ ଡାକ୍ତର ବିଜୟ କୁମାର ମିଶ୍ର, ପୂର୍ତ୍ତ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ ଇଂ. ପବିତ୍ର କୁମାର ବେହେରା, ଆଠଗଡ଼ ବିଜ୍ଞପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷା ସସ୍ମିତା ରାଉତ, ସମସ୍ତ ପାରିଷଦ ଓ ରୋଗୀକଲ୍ୟାଣ ସମିତିର ସଦସ୍ୟ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *