News by Maheswar Behera (Athagarh)

ଆଠଗଡ଼ ଅଞ୍ଚଳରେ ଆଉ ଏକ ପେଟ୍ରୋଲ ପମ୍ପ ଉଦ୍‌ଘାଟନ କଲେ ଯୋଗାଣ ବିଭାଗ ମନ୍ତ୍ରୀ

News by Maheswar Behera (Athagarh)

ଆଠଗଡ଼ (ଏନ୍‌.ଏମ୍‌.): ଆଠଗଡ଼ ଅଞ୍ଚଳରେ ଜନସାଧାରଣ ବାଇକ ତଥା ଅନ୍ୟାନ୍ୟ ମୋଟରଗାଡ଼ିରେ ତେଲ ପକାଇବା ପାଇଁ ନାହିଁ ନଥିବା ହଇରାଣ ହେଉଥିବାବେଳେ ଆଜି ସ୍ଥାନୀୟ ବିଧାୟକ ତଥା ଯୋଗାଣ ବିଭାଗ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଯାଇଛି । ଆଠଗଡ଼ ବ୍ଲକ ସମସରପୁର ପଞ୍ଚାୟତ ପୁରୁଣା କଟକ ସମ୍ବଲପୁର ରାସ୍ତାରେ ମନ୍ତ୍ରୀ ଶ୍ରୀଜୀୟୁ ନାମକ ଏକ ପେଟ୍ରୋଲ ପମ୍ପର ଉଦଘାଟନ କରିଥିଲେ । ସମସରପୁର ଅଞ୍ଚଳର ଆଖପାଖ ଅଞ୍ଚଳରେ କୌଣସି ପେଟ୍ରୋଲ ପମ୍ପ ନଥିବାରୁ ସାଧାରଣ ଲୋକ ଏବଂ ବାଟୋଇମାନେ ଅସୁବିଧାର ସମ୍ମୁଖୀନ ହେଉଥିଲେ । ଏହି ପେଟ୍ରୋଲ ପମ୍ପ ହେବା ଦ୍ୱାରା ସ୍ଥାନୀୟ ଲୋକଙ୍କ ସମେତ ପଥଚାରୀ ଉପକୃତ ହୋଇପାରିବା ସହିତ ଚାଷୀ ମଧ୍ୟ ଉପକୃତ ହୋଇପାରିବେ ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ୧ନମ୍ବର ଜୋନ ଜିଲ୍ଲା ପରିଷଦ ଶାନ୍ତିଲତା ବେହେରା, ଆଠଗଡ଼ ବ୍ଲକ ଉପାଧ୍ୟକ୍ଷ ସୁବାସ ମଲ୍ଲିକ, ସ୍ଥାନୀୟ ସରପଞ୍ଚ ପୂର୍ଣ୍ଣଚନ୍ଦ୍ର ରାଉତଙ୍କ ସମେତ ବହୁ ବିଜେଡି କର୍ମୀ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *