ଅହମଦିଆ ମୁସଲିମ ପକ୍ଷରୁ ଅଙ୍ଗୀକୃତ ସଂସ୍କାରକ ଦିବସ

ଅହମଦିଆ ମୁସଲିମ ପକ୍ଷରୁ ଅଙ୍ଗୀକୃତ ସଂସ୍କାରକ ଦିବସ

News by Rajendra Pradhan (Cuttack)

#କଟକ(ଏନ୍‌.ଏମ୍‌.): ଅହମଦିଆ ମୁସଲିମ ସମ୍ପ୍ରଦାୟ ପକ୍ଷରୁ ମଙ୍ଗଳାବାଗ ସ୍ଥିତ ଅହମଦିଆ ମୁସଲିମ ମିସନ ପରିସରରେ ଅଙ୍ଗୀକୃତ ସଂସ୍କାରକ ଦିବସ ପାଳିତ ହୋଇଯାଇଛିଫ ଅନୁଷ୍ଠାନ ସଭାପତି ସୟଦ ସଲିମ ଅହମଦ୍‌ଙ୍କ ପୌରହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସୟଦ ଅହିୟା ଅହମଦ୍ ପବିତ୍ର କୋରାନ ପାଠ କରିଥିଲେ । ସେହିଭଳି ସୟଦ ଅବରାର୍ ଅଲ୍ଲି ଉର୍ଦ୍ଦୁ କବିତା ପରିବେଷଣ କରିଥିଲେ । ସୟଦ୍ ତାହିର ଅହମଦ୍‌, ହାପିଜଉଦ୍ଦିନ ଖାନ୍ ତଥା ମୌଲବୀ ହାଲିମ୍ ଖାନ୍ ପ୍ରମୁଖ ଯୋଗଦେଇ ଏହି ଦିବସର ମହିମା ଉପରେ ମତବ୍ୟକ୍ତ କରିଥିଲେ । ସଭାପତି ସୟଦ ସଲିମ ଅହମଦ ଅହମଦିୟା ମୁସଲିମ ସମ୍ପ୍ରଦାୟ ପ୍ରତିଷ୍ଠା ହେବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଇସଲାମ ଧର୍ମର ବାସ୍ତବ ରୁପକୁ ଅଧିକ ସୁନ୍ଦର ଭାବେ ସମାଜ ସମ୍ମୁଖରେ ଉପସ୍ଥାପନ କରିବା ଏବଂ ଇସଲାମ ଶାନ୍ତି ଓ ନିରାପତ୍ତାର ଧର୍ମ ବୋଲି ମାନବ ସମାଜକୁ ବୁଝାଇବା ସହ ଭକ୍ତ ଓ ଭଗବାନଙ୍କ ମଧ୍ୟରେ ସୁସର୍ମ୍ପକ ସ୍ଥାପନ କରିବା ଏହି ଧର୍ମର ମୂଳ ଲକ୍ଷ ଅଟେ ବୋଲି ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଶତାଧିକ ମୁସଲିମ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *