ଅସୁସ୍ଥ ଗଜରାଜର ଚିକିତ୍ସା କଲା ଆଠଗଡ଼ ବନବିଭାଗ

ଅସୁସ୍ଥ ଗଜରାଜର ଚିକିତ୍ସା କଲା ଆଠଗଡ଼ ବନବିଭାଗ

News by Maheswar Behera (Athagarh)

#ଆଠଗଡ଼(ଏନ୍‌.ଏମ୍‌.): କଟକ ଜିଲ୍ଲା ଆଠଗଡ଼ ବନଖଣ୍ଡ ଅନ୍ତର୍ଗତ ଆଠଗଡ଼ ବନାଞ୍ଚଳର ସୁକାସନ ସଂରକ୍ଷିତ ଜଙ୍ଗଲରେ ଏକ ୩୦ ବର୍ଷର ଅସୁସ୍ଥ ଦନ୍ତାହାତୀର ଚିକିତ୍ସା କରିଛି ଆଠଗଡ଼ ବନବିଭାଗ । ଚନ୍ଦକା ଡମପଡା ଅଭୟାରଣ୍ୟରୁ ଆସିଥିବା ୧୭ ଟି ହାତୀପଲ ଗତ କିଛିଦିନ ଧରି ଆଠଗଡ ବନଖଣ୍ଡକୁ ଚାଲି ଆସିଥିବା ବେଳେ ସେହି ହାତୀପଲଙ୍କ ମଧ୍ୟରୁ ଗୋଟିଏ ୩୦ ବର୍ଷର ଦନ୍ତାହାତୀ ଅସୁସ୍ଥ ଥିବା ବନବିଭାଗ ଜାଣିବାକୁ ପାଇଥିଲା । ତେବେ ଉକ୍ତ ହାତୀକୁ ଗତ ୩ଦିନ ହେବ ବନବିଭାଗ ଦୃଷ୍ଟି ରଖିଥିବାବେଳେ ହାତୀଟିର ସ୍ୱାସ୍ଥ୍ୟାବସ୍ଥା ଦିନକୁ ଦିନ ଖରାପ ହେଉଥିବା ଜଣାପଡ଼ିଥିଲା । ତେଣୁ ଆଜି ଆଠଗଡ଼ ବନଖଣ୍ଡ ଅଧିକାରୀ ଜଜ୍ଞଦତ୍ତ ପତିଙ୍କ ନିର୍ଦ୍ଦେଶ କ୍ରମେ ହାତୀକୁ ସୁକାସନ ସଂରକ୍ଷିତ ଜଙ୍ଗଲରେ ଟ୍ରାଙ୍କୁଲାଇଜ କରାଯିବା ପରେ ଭୁବନେଶ୍ୱର ଓୟୁଟିର ଡାକ୍ତର ଇନ୍ଦ୍ରମଣି ନାଥ ନନ୍ଦନକାନନରୁ ମେଟାଲ ଡିଟେକଟର ଦୁଷ୍ମନ୍ତ ମାଝୀ ଚନ୍ଦକା ଅଭୟାରଣ୍ୟରୁ ରାଜୁ ମାଝୀ ମାହୁନ୍ତ ଏବଂ ଆଠଗଡ଼ ବନାଞ୍ଚଳର ଅଧିକାରୀ ରବିନ୍ଦ୍ର ନାୟକଙ୍କ ସମେତ ଅନ୍ୟାନ୍ୟ ବନ କର୍ମଚାରୀ ମାନେ ହାତୀର ଚିକିତ୍ସା କରିବାରେ ସହଯୋଗ କରିଥିଲେ । ତେବେ ହାତୀର ଡାହାଣଗୋଡ ପଛପଟେ କ୍ଷତ ହୋଇଥିବା ଚିକିତ୍ସା ସମୟରେ ଜଣାପଡ଼ିଥିଲା । ତେବେ ଉକ୍ତ କ୍ଷତର ଚିକିତ୍ସା କରିବା ପରେ ହାତୀକୁ ଜଙ୍ଗଲ ମଧ୍ୟକୁ ଛାଡି ଦିଆଯାଇଥିବା ବନାଞ୍ଚଳ ଅଧିକାରୀ ରବିନ୍ଦ୍ର ନାୟକ ସୂଚନା ଦେଇଛନ୍ତି ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *