ଅନ୍‌ଲାଇନ୍‌, ଜୁଆ, ଟ୍ରେଡିଂରେ କଳାଟଙ୍କା ବିନିଯୋଗ ଚିନ୍ତାଜନକ: ଜଷ୍ଟିସ୍‌ ପଶାୟତ

ଅନ୍‌ଲାଇନ୍‌, ଜୁଆ, ଟ୍ରେଡିଂରେ କଳାଟଙ୍କା ବିନିଯୋଗ ଚିନ୍ତାଜନକ: ଜଷ୍ଟିସ୍‌ ପଶାୟତ

କଟକରେ ଏସ୍‌ଆଇଟିର ଗୁରୁତ୍ୱପୂର୍ଣ୍ଣ ବୈଠକ
ଅନ୍‌ଲାଇନ୍‌, ଜୁଆ, ଟ୍ରେଡିଂରେ କଳାଟଙ୍କା ବିନିଯୋଗ ଚିନ୍ତାଜନକ: ଜଷ୍ଟିସ୍‌ ପଶାୟତ


କଟକ(ଏନ୍‌.ଏମ୍‌.): ବର୍ତ୍ତମାନ ଅନ୍‌ଲାଇନ୍‌, ଜୁଆ, ଟ୍ରେଡିଂ, ଗେମ୍‌ରେ ଅଧିକ କଳାଧନ ବିନିଯୋଗ ଓ କାରବାର ହେଉଥିବା ଦର୍ଶାଇଛନ୍ତି କଳାଟଙ୍କା ମାମଲାର ତଦନ୍ତ କରୁଥିବା ଏସ୍‌ଆଇଟି ଉପାଧ୍ୟକ୍ଷ ଜଷ୍ଟିସ୍ ଅରିଜିତ୍ ପଶାୟତ । ବତ୍ତର୍ମାନ ଏହା ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି। ଏପରିସ୍ଥଳେ ଅନ୍‌ଲାଇନ୍‌, ଜୁଆ, ଟ୍ରେଡିଂ, ଗେମ୍ ଭଳି କ୍ଷେତ୍ର ଉପରେ ଦୃଷ୍ଟି ଦେବାକୁ ଶ୍ରୀ ପଶାୟତ ବିଭାଗୀୟ ଅଧିକାରମୀାନଙ୍କୁ ପରାମର୍ଶ ଦେଇଛନ୍ତି । ଏଥିସହିତ ଉପରୋକ୍ତ କ୍ଷେତ୍ରରେ କଳାଟଙ୍କା କାରବାର ଓ ବିନିଯୋଗ କରୁଥିବା ବ୍ୟକ୍ତି ତଥା ସଂସ୍ଥା ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏସ୍‌ଆଇଟିର ନବମ ବୈଠକରେ ଜଷ୍ଟିସ୍ ପଶାୟତ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ୍ ଅରିଜିତ୍ ପଶାୟତଙ୍କ ତେଲେଙ୍ଗା ବଜାରସ୍ଥିତ ବାସଭବନରେ ଅନୁଷ୍ଠିତ ଏସ୍‌ଆଇଟିଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଆଜି କଳାଟଙ୍କା ତଦନ୍ତର ବିଭିନ୍ନ ଦିଗ ଉପରେ ଆଲୋଚନା ହୋଇଛି। ବିଶେଷ କରି ବର୍ତମାନ ଅନ୍‌ଲାଇନ୍‌, ଜୁଆ, ଟ୍ରେଡିଂ, ଗେମ୍ ଭଳି ନୂଆ ନୂଆ କ୍ଷେତ୍ରରେ ଅଧିକ କଳାଧନ କାରବାର ହେଉଥିବାରୁ ଏହା ଅନେକ ଚିନ୍ତାଜନକ ବୋଲି ଶ୍ରୀ ପଶାୟତ କହିଛନ୍ତି। ଏତଦ୍‌ବ୍ୟତିତ ଅନ୍ୟ ଯେଉଁ କ୍ଷେତ୍ରରେ କଳାଧନ ବିନିଯୋଗ ହେଉଛି ସେ ଉପରେ ମଧ୍ୟ ତୀକ୍ଷ୍‌ଣ ନଜର ରଖିବାକୁ ଶ୍ରୀ ପଶାୟତ ବିଭାଗୀୟ ଅଧିକାରୀମାନଙ୍କୁ ଆଦେଶ ଦେଇଛନ୍ତି। ସେହିପରି ଦୁର୍ନିତିଗ୍ରସ୍ଥ ଅଧିକାରୀଙ୍କ ନିକଟକୁ ରେଡ୍ କରିବାକୁ ଯିବାବେଳେ ଆୟକର ବିଭାଗ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ, ଜିଏସ୍‌ଟି, ସିଜିଏସ୍‌ଟି ଆଦି ବିଭାଗୀୟ ଅଧିକାରୀମାନଙ୍କୁ ନେଇ ଗଠିତ ଟିମ୍‌କୁ ସାଥୀରେ ନେବାକୁ ସେ ପରାମର୍ଶ ଦେଇଛନ୍ତି। ଏହି ସବୁ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରି ତଦନ୍ତ କରାଗଲେ କଳାଟଙ୍କା କାରବାରର ତଳସ୍ତରରୁ ସବିଶେଷ ତଥ୍ୟ ହାସଲ ହୋଇପାରିବ। ଏଣୁ ପ୍ରତ୍ୟେକ ବିଭାଗ ମଧ୍ୟରେ ତଥ୍ୟ ଆଦାନ ପ୍ରଦାନ କରି ତଦନ୍ତକୁ କିପରି ଅଧିକ ତ୍ୱରାନ୍ୱିତ କରାଯାଇପାରିବ ସେ ସବୁ ଦିଗକୁ ଅଧିକ ଧ୍ୟାନ ଦେବାକୁ ଜଷ୍ଟିସ୍ ପଶାୟତ ଏସ୍‌ଆଇଟିର ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ବିଭାଗୀୟ ଅଧିକାରୀମାନଙ୍କୁ ଆଦେଶ ଦେଇଛନ୍ତି। ଏସ୍‌ଆଇଟିର ଆଜିର ଏହି ବୈଠକ ପରେ ଦୁଇ ସପ୍ତାହ ମଧ୍ୟରେ ସୁପ୍ରିମ୍‌କୋର୍ଟରେ ଏକ ରିପୋର୍ଟ ଦାଖଲ କରାଯିବ ବୋଲି ଜଷ୍ଟିସ୍ ପଶାୟତ ସୂଚନା ଦେଇଛନ୍ତି। କଳାଧନ ମାମଲାର ତଦନ୍ତ କରୁଥିବା ଏସ୍‌ଆଇଟିର ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ବୈଠକରେ ପ୍ରବର୍ତ୍ତନ ନିର୍ଦ୍ଦେଶକ, ଆୟକର ବିଭାଗ ଅଧିକାରୀ, ଏନ୍‌ସିବି ଅଧିକାରୀ, ଭିଜିଲାନସ୍ ବିଭାଗୀୟ ଅଧିକାରୀ, ସିବିଆଇ, ଜିଏସ୍‌ଟି କଷ୍ଟମ୍‌, ସେଂଟ୍ରାଲ୍ ବ୍ୟୁରୋ ଅଫ୍ ଡାଇରେକ୍ଟ୍ ଟ୍ୟାକ୍ସେ୍‌ସ୍‌ର (ତଦନ୍ତ), କ୍ରାଇମ୍‌ବ୍ରାଞ୍ଚ ଆଇଜି, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତଦନ୍ତକାରୀ ସଂସ୍ଥାର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ସୂଚନା ଯୋଗ୍ୟ ଯେ, ନିକଟରେ ଓଡିଶାରେ ଏକାଧିକ ଯନ୍ତ୍ରୀ, ତହସିଲ୍‌ଦାର୍ ଭିଜିଲାନସ୍ ରେଡ୍‌ରେ ଧରାପଡି ଗିରଫ ହୋଇଛନ୍ତି। ଭିଜିଲାନସ୍ ସେମାନଙ୍କ ନିକଟରୁ କୋଟି କୋଟି ଟଙ୍କାର ଆୟ ବହିର୍ଭୁତଃ ସମ୍ପତି ଠୁଳ କରିଥିବା ପ୍ରମାଣ ପାଇଛି। ଆଜି ଏସ୍‌ଆଇଟି ବୈଠକରେ ଏହିସବୁ ଠକେଇ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା।

Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ