ଅନ୍ନପୂର୍ଣ୍ଣା ଥିଏଟରରେ ମନମୋହିଲା ନାଟକ ‘କାହାକୁ କହିବା ଶିକ୍ଷିତ’

ଅନ୍ନପୂର୍ଣ୍ଣା ଥିଏଟରରେ ମନମୋହିଲା ନାଟକ ‘କାହାକୁ କହିବା ଶିକ୍ଷିତ’

News by Umakanta Jena (Cuttack)

#କଟକ(ଏନ୍‌.ଏମ୍‌.): ଅନ୍ନପୂର୍ଣ୍ଣା ଥିଏଟର-ବି ଗ୍ରୁପ୍ ଦ୍ୱାରା ପ୍ରାୟୋଜିତ ‘କାହାକୁ କହିବି ଶିକ୍ଷିତ’ନାଟକ ମଞ୍ଚସ୍ଥ ହୋଇଯାଇଛି । ସାମ୍ବାଦିକ ଆଲୋକ ନାୟକଙ୍କ ରଚିତ ଏହି ନାଟକରେ ହେମନ୍ତ କୁମାର ଦାଶ ନିର୍ଦ୍ଦେଶନା ଦେଇଥିଲାବେଳେ ବିନୟ ଦାଶ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ । ସାମ୍ପ୍ରତିକ ପରିସ୍ଥିତିରେ ଶିକ୍ଷିତ ବୋଲି କାହାକୁ କହିବା ଏହି ପ୍ରଶ୍ନ ଆଧାରରେ ନାଟକଟି ଗତିଶୀଳ ହୋଇଥିଲା । ପୁଅକୁ ମଣିଷ କରିବା ପାଇଁ ବାପ ଜୀବନରେ ଅନେକ କଷ୍ଟ କରେ । ଅଶା ଥାଏ ପୁଅ ପାଠ ପଢି ଚାକିରୀ କରିବ । ବାପା ମାଆଙ୍କୁ ସୁଖରେ ରଖିବ । ମାତ୍ର ଉଚ୍ଚଶିକ୍ଷିତ ପୁଅ ବିଦେଶରେ ଚାକିରୀ କଲାପରେ ସେ ନିଜ ବାପା ମାଆ, ଭାଇବନ୍ଧୁ, ସାହି ପଡ଼ିଶା, ଜନ୍ମମାଟିକୁ ଭୁଲିଯାଏ । ଏଭଳି ପରିସ୍ଥିତ ହୁଏ ବାପା ମାଆଙ୍କ ମୁଁହରେ ନିଆଁ ଦେବାକୁ ବି ଆସି ନଥାଏ ପୁଅ । ମାତ୍ର ଏମିତି ପୁଅ ଅଛନ୍ତି ପ୍ରକୃତ ଶିକ୍ଷିତ ଭଳି ସ୍ୱଳ୍ପ ଦରମାରେ ନିଜ ବାପା ମାଆ ତଥା ଅନ୍ୟମାନଙ୍କର ସେବା କରିଥାନ୍ତି । ଶେଷରେ ଉଚ୍ଚ ଶିକ୍ଷିତ ପୁଅ ପ୍ରକୃତ ସଂସ୍କାରୀ ପୁଅ ନିକଟରେ ହାର ମାନିଥାଏ । ଏହା ହିଁ ଥିଲା ନାଟକର କଥାବସ୍ତୁ । ଉକ୍ତ ନାଟକରେ ସ୍ୱପ୍ନାରାଣୀ ପାତ୍ର, ଚନ୍ଦନ ସାହୁ, ସୁଜିତ୍ ଦାସ, ସୁଭଦ୍ରା ମହାରଣା, ଦୁର୍ଯ୍ୟୋଧନ ବେହେରା, ପ୍ରିୟା ପାତ୍ର, ଚିଣ୍ଟନ ଦାସ, ରଜତ ନାୟକ, ସୌମ୍ୟାଶ୍ରୀ ଦାଶ, ଚୌଧୁରୀ ଶାଶ୍ୱତ ପାତ୍ର, ଅବିନାଶ ପ୍ରଧାନ, ସନ୍ତୋଷ ପାତ୍ର, ତାରାପ୍ରସାଦ ମହାପାତ୍ର, ଆଶିଷ ମହାନ୍ତି, ରଶ୍ମୀରଞ୍ଜନ ସାହୁ ପ୍ରମୁଖ ଅଭିନୟ କରିଥିଲେ । ସାଗୁନ୍ ସିଙ୍ଗାଲ ହାଁସଦାଃ ଓ ଅରୁଣ କୁମାର ସାବତ ସହନିର୍ଦ୍ଦେନା ଦେଇଥିଲାବେଳେ ମଞ୍ଚାଲୋକ ପରିଚାଳନା କରିଥିଲେ ଦୀପକ ଦାସ । ଭୂମିକା ଏକାଡେମୀ ଛାତ୍ରଛାତ୍ରୀ ମନେ ମଞ୍ଚ ପରିଚାଳନା କରିଥିଲେ । ଅନ୍ନପୂର୍ଣ୍ଣା ଥିଏଟରର ସଭାପତି ପ୍ରଣବ କର ଓ ସମ୍ପାଦିକା ଆହ୍ଲାଦିନୀ କରଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରାପଡ଼ା ବିଧାୟକ ଶଶିଭୂଷଣ ବେହେରା ଯୋଗ ଦେଇଥିଲେ । ଏହି ଅବସରରେ ଓଡ଼ିଆ ସିନେ ଅଭିନେତା ପ୍ରଦ୍ୟୁମ୍ନ ଲେଙ୍କାଙ୍କୁ ଅନ୍ନପୂର୍ଣ୍ଣା ସମ୍ମାନରେ ସମ୍ମାନିତ କରାଯାଇଥିଲା । ଅଶୋକ ଦଳାଇ, ରଶ୍ମିତା ପରିଜା ମହମ୍ମଦ ସଫିଉଲ ହକ୍‌, ଅଶୋକ ମହାନ୍ତି, ବସନ୍ତ ଦାସ,ଅଶୋକ ସାହୁ,ଜଳନ୍ଧର ମହାନ୍ତି,ଜଗନ୍ନାଥ ମହାନ୍ତି, ଛବି ସାହୁ,ଆଶିଷ ମହାନ୍ତି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *